ଶୁଭମନ ଗିଲ୍ଲଙ୍କ ରେକର୍ଡ । ରୋହିତ ଶର୍ମାଙ୍କ ପରେ ଡବଲ ସେଞ୍ଚୁରି କରିଥିବା ଦ୍ୱିତୀୟ ବ୍ୟାଟର ହେଲେ ଗିଲ। ଏଥିସହ ସବୁଠାରୁ ଦ୍ରୁତ ଓଡ଼ିଆଇ ଦିଶତକ ମାରିଛନ୍ତି ଶୁଭମନ ଗିଲ । ୧୧୭ ବଲରୁ ସେ ଡବଲ ସେଚୁରୀ ହାସଲ କରିଛନ୍ତି । ୧୨୬ ବଲରୁ ଦିଶତକ ହାସଲ କରି ତାଙ୍କ ପଛରେ ଅଛନ୍ତି ଇସାନ କିଶାନ । ତୃତୀୟରେ ଅଛନ୍ତି ଅଷ୍ଟ୍ରେଲିଆର ଗ୍ଲେନ ମାସ୍କୁଏଲ ମ୍ୟାକ୍ସୱେଲ। ସେ ୧୨୮ ବଲରୁ ଦିଶତକ ମାରିଛନ୍ତି । ଶୁଭମନ ଗିଲ୍ଲଙ୍କ ପ୍ରଥମ ଡବଲ ଟନ୍ ୧୮ ଜାନୁଆରୀ ୨୦୨୩ରେ ହାଇଦ୍ରାବାଦରେ ନିଉଜିଲ୍ୟାଣ୍ଡ ବିରୁଦ୍ଧରେ ଆସିଥିଲା, ଯେଉଁଠି ସେ ୧୪୯ ବଲରେ ୨୦୮ ରନ୍ କରିଥିଲେ। ସେହିପରି ରୋହିତ ଶର୍ମା ଏହି ମ୍ୟାଚରେ ନିଜର ଉଜ୍ଜ୍ୱଳ ଓଡ଼ିଆଇ କ୍ୟାରିୟରରେ ଆଉ ଏକ ମାଇଲ୍ଷ୍ଟୋନ୍ ଯୋଡ଼ିଛନ୍ତି ଏବଂ ମେନ୍ସ ୱାନ ଡେ ଇଣ୍ଟରନ୍ୟାସନାଲରେ ୧୨,୦୦୦ ରନ୍ କରିଥିବା ସପ୍ତମ ବ୍ୟାଟର ହୋଇଛନ୍ତି ।
ରୋହିତ ୧୬ତମ ଓଭରରେ ରଷ୍ଟନ ଚେଜ୍ ବିରୁଦ୍ଧରେ ଏକ ସିଙ୍ଗଲ୍ ନେଇ ଏହି ଲକ୍ଷ୍ୟ ହାସଲ କରିଥିଲେ । ସେ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ପରେ ୧୨,୦୦୦ ରନ୍ କ୍ଲବରେ ପ୍ରବେଶ କରିଥିବା ତୃତୀୟ ଭାରତୀୟ ହୋଇଛନ୍ତି । ରୋହିତ ତେନ୍ଦୁଲକର, କୋହଲି, ରିକି ପୋଣ୍ଟିଙ୍ଗ, କୁମାର ସଙ୍ଗାକ୍କାରା, ସନଥ ଜୟସୁରିୟା ଓ ମାହେଲା ଜୟୱାର୍ଦେନାଙ୍କ ସହିତ ଏକ ଉଚ୍ଚ ତାଲିକାରେ ଯୋଗ ଦେଇଛନ୍ତି । ଇନିଂସ୍ ଦୃଷ୍ଟିରୁ ରୋହିତ ୧୨,୦୦୦ ଓଡ଼ିଆଇ ରନ୍ ହାସଲ କରିବାରେ ଦ୍ୱିତୀୟ ଦ୍ରୁତତମ ବ୍ୟାଟର ।

0 Comments