Tej Odisha News

ସହଦେବ ହତ୍ୟାକାଣ୍ଡ : ଖଳନାୟିକା ରମା ଓ ମାଷ୍ଟରମାଇଣ୍ଡ ନିଲୁ ଗଲେ କୁଆଡେ଼

 

ଭୁବନେଶ୍ୱର : ପୁଲିସ ମିତ୍ର ସହଦେବ ନାୟକ ହତ୍ୟା ଘଟଣାକୁ ସପ୍ତାହେ ବିତିଛି। ଏହି ଘଟଣାରେ ୫ ଜଣ ଗିରଫ ହୋଇଛନ୍ତି । ମାତ୍ର ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତାଙ୍କ ଛତ୍ରଛାୟାରେ ବସ୍ତିରେ ପତିଆରା ଜାହିର କରୁଥିବା ଖଳନାୟିକା ରମା ନାୟକ ଓ ତାଙ୍କ ପୁଅ ନୀଲୁ ସହଦେବ ହତ୍ୟାଘଟଣାର ମାଷ୍ଟରମାଇଣ୍ଡ ବୋଲି ଅଭିଯୋଗ ହୋଇଛି । ମାତ୍ର ରମା ଓ ନିଲୁ ଏଯାଏ ପୁଲିସ ଧରାଛୁଆଁ ବାହାରେ ଥିବାରୁ ରହସ୍ୟର ଗଣ୍ଠି ଏଯାଏ ଖୋଲି ପାରୁନାହିଁ। ଜଣେ ରାଜନେତାଙ୍କ ସୁରକ୍ଷା ବଳୟ ମଧ୍ୟରେ ସେମାନେ ସୁରକ୍ଷିତ ଥିବା ଅଭିଯୋଗ ହେଉଛି।

ଅଭିଯୋଗ ଅନୁସାରେ କେଦାରପଲ୍ଲୀ ବସ୍ତିରେ ଗତ ପ୍ରାୟ ୧ ଦଶନ୍ଧି ହେଲା ମୃତ ସହଦେବ ଓ ରମା ମଧ୍ୟରେ ଛକାପଞ୍ଝା ଲାଗି ରହୁଥିଲା। ସହଦେବଙ୍କ ପ୍ରତି ସଂଖ୍ୟାଧିକ ଲୋକଙ୍କର ସମର୍ଥନ ଥିଲା ଓ ରମାଙ୍କୁ ମଧ୍ୟ କିଛି ଲୋକ ସମର୍ଥନ କରୁଥିଲେ। ସେହିପରି ସଫେଇ କର୍ମଚାରୀଙ୍କ ନେତୃତ୍ୱକୁ ନେଇ ଦୀର୍ଘଦିନ ହେବ ବସ୍ତିରେ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହୁଥିଲା। ରମା ଉକ୍ତ ବସ୍ତି ଛାଡି ୟୁନିଟ୍‌-୬ ନିକଟକୁ ପଳାଇଥିଲେ; କିନ୍ତୁ ସହଦେବର ପତିଆରାକୁ ସହ୍ୟ କରି ପାରୁ ନ ଥିଲେ। ସହଦେବଙ୍କୁ ରାସ୍ତାରୁ ହଟାଇବା ପାଇଁ ଅନେକ ବାର ଷଡ଼ଯନ୍ତ୍ର କରିଥିଲେ ହେଁ ସଫଳ ହୋଇ ପାରି ନ ଥିଲେ। ସହଦେବଙ୍କ ହତ୍ୟା ଷଡଯନ୍ତ୍ର ପାଇଁ ପ୍ରାୟ ପ୍ରତ୍ୟେକ ବୈଠକରେ ରମା ଓ ତାଙ୍କ ପୁଅ ନିଲୁ ଉପସ୍ଥିତ ରହୁଥିଲେ। ତେବେ ଡ଼ୁମୁଡ଼ୁମାରେ ଅନୁଷ୍ଠିତ ଶେଷ ବୈଠକରେ ସହଦେବ ବିରୋଧୀ ଗୋଷ୍ଠୀର ରଣନୀତି ସଫଳ ହୋଇଥିଲା ଏବଂ ୮ ତାରିଖ ସକାଳ ୮ଟା ସମୟରେ ବାଣୀବିହାର ରେଳ ଓଭରବ୍ରିଜ ଉପର (ଲା ଫ୍ରାଙ୍କ୍‌ଲିନ୍‌) ସାମ୍‌ନାରେ ସହଦେବଙ୍କୁ ହତ୍ୟା କରିବାରେ ବିରୋଧୀ ଗୋଷ୍ଠୀ ସଫଳ ହୋଇଥିଲେ।

Post a Comment

0 Comments