Tej Odisha News

ନୂଆପଡ଼ାରେ ପୋଲିସକୁ ବଡ଼ ସଫଳତା, ମାଓ ଡମ୍ପରୁ ମିଳିଲା ୭ ଆଇଇଡି

 


ନୂଆପଡ଼ା ଜିଲ୍ଲା ପୋଲିସକୁ ବଡ଼ ସଫଳତା। ବୋଡ଼େନ ଥାନା ଅନ୍ତର୍ଗତ ପାଟଧରା-ଗର୍ଜନପାଣି ଅଞ୍ଚଳରୁ ମାଓ ଡମ୍ପ ଠାବ। ଗତକାଲି ପାଟଧରା-ଗର୍ଜନପାଣି ଅଞ୍ଚଳରେ ଡିଭିଏଫ୍ ପକ୍ଷରୁ ଏରିଆ ଡୋମିନେସନ ଓ ଡିମାଇନିଂ ଅପରେସନ କରାଯାଇଥିଲା। ଅପରେସନ ସମୟରେ ମାଓ ଡମ୍ପର ସନ୍ଧାନ ମିଳିବା ସହ ୭ଟି ପ୍ରେସର କୁକର ଆଇଇଡି ଓ ୪ ବଣ୍ଡଲ ବିଦ୍ୟୁତ୍ ତାର ଜବତ ହୋଇଛି।

ପୋଲିସର ସୂଚନା ଅନୁସାରେ, ଧମତରି-ଗରିଆବନ୍ଧ-ନୂଆପଡ଼ା ଡିଭିଜନର DGN ସଂଗଠନର ସମସ୍ତ କ୍ୟାଡର ପୂର୍ବ ଅପରେସନରେ ଆତ୍ମସମର୍ପଣ କରିଛନ୍ତି କିମ୍ବା ନିଷ୍କ୍ରିୟ ହୋଇଛନ୍ତି। ମାଓ ମୁକାବିଲା ଦିଗରେ ଏହାକୁ ପୋଲିସର ଆଉ ଏକ ବଡ଼ ସଫଳତା ବୋଲି କୁହାଯାଉଛି।

ବ୍ୟୁରୋ ରିପୋର୍ଟ, ତେଜ୍ ଓଡିଶା ।


Post a Comment

0 Comments