Tej Odisha News

ପାର୍ବଣ ଋତୁ ପୂର୍ବରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ ଗ୍ୟାସ୍ ଦର

ପାର୍ବଣ ଋତୁ ପୂର୍ବରୁ ମହଙ୍ଗା ମାଡ଼ । ବଢ଼ିଲା କମର୍ସିଆଲ ଗ୍ୟାସ ଦର। ଅକ୍ଟୋବର ମାସ ୦୧ ତାରିଖ ୨୦୨୬ ଠାରୁ ଲାଗୁ ହୋଇଥିବା ନୂଆ ଦରରେ ବାଣିଜ୍ୟିକ ସିଲିଣ୍ଡର କ୍ଷେତ୍ରରେ ସବୁ ସାଇଜରେ ଦର ବୃଦ୍ଧି ହୋଇଛି । ସବୁଠାରୁ ଅଧିକ ବ୍ୟବହୃତ ୧୯ କେଜି ସିଲିଣ୍ଡର ସେପ୍ଟେମ୍ବରରେ ୨୯୧୯ ଟଙ୍କା ଥିବା ବେଳେ ଅକ୍ଟୋବରରେ ୨୯୮୮ ଟଙ୍କା ହୋଇଛି ।  ଅର୍ଥାତ୍ ୬୯ ଟଙ୍କା ବୃଦ୍ଧି ହୋଇଛି । 

ସେହିପରି ୫ କେଜି ବାଣିଜ୍ୟିକ ସିଲିଣ୍ଡର ୮୦୯.୫୦ ରୁ ୮୨୬.୫୦ ଟଙ୍କାକୁ ୧୭ ଟଙ୍କା, ୩୫ କେଜି ସିଲିଣ୍ଡର ୫୩୭୭.୫୦ ରୁ ୫୫୦୫.୫୦ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ୧୨୮ ଟଙ୍କା ଓ ୪୭.୫ କେଜି ସିଲିଣ୍ଡର ୭୨୯୩.୫୦ ରୁ ୭୪୬୫.୫୦ ଟଙ୍କାକୁ ୧୭୨ ଟଙ୍କା ବଢିଛି । 

ଘରୋଇ ସିଲିଣ୍ଡର ଦର ସମ୍ପୂର୍ଣ୍ଣ ଅପରିବର୍ତ୍ତିତ ରହିଛି । ୫ କେଜି ଘରୋଇ ସିଲିଣ୍ଡର ୩୫୯.୫୦ ଟଙ୍କା ଓ ୧୪.୨ କେଜି ଘରୋଇ ସିଲିଣ୍ଡର ୯୬୮ ଟଙ୍କାରେ ସେପ୍ଟେମ୍ବର ମାସ ଭଳି ରହିଛି ଯାହା ସାଧାରଣ ରୋଷେଇ ଘର ପାଇଁ ଆଶ୍ୱସ୍ତି ରହିବ।

Post a Comment

0 Comments