ଗଞ୍ଜାମ /ଗଜପତି (୩୧/୧୦/୨୦୨୬)
ବାତ୍ୟା ପରେ ବନ୍ୟାରେ ଦୋହଲିଯାଇଛି ଦକ୍ଷିଣ ଓଡ଼ିଶା । ହଠାତ୍ ବନ୍ୟାଜଳ ମାଡ଼ି ଆସିବାରୁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଘନ ଅନ୍ଧକାରରେ ରହିଛି ଗଞ୍ଜାମ ଓ ଗଜପତି ଜିଲ୍ଲାର ଅନେକ ଅଞ୍ଚଳ । ଯଦି ଆମେ ପୂରା ଦକ୍ଷିଣ ଓଡ଼ିଶା କଥା କହିବା ତେବେ ପ୍ରାୟ ୫୬ ହଜାର ୭୦୬ ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହୋଇଛି । ଆସ୍କା, ପୁରୁଷୋତ୍ତମପୁର, ସୋରଡ଼ା, ଭଞ୍ଜନଗର ବିଶେଷ ପ୍ରଭାବିତ ହୋଇଛି । ଯୁଦ୍ଧକାଳୀନ ଭିତିରେ ଚାଲିଛି ମରାମତି କାମ।
ସମଗ୍ର ଦକ୍ଷିଣ ଓଡ଼ିଶାରେ ସମୁଦାୟ ୧୭ ଲକ୍ଷ ୮୮ ହଜାର ୯୪୨ ଉପଭୋକ୍ତା ବାତ୍ୟା ଓ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ବନ୍ୟା ବିତ୍ପାତ ସତ୍ତ୍ୱେ ଯୁଦ୍ଧକାଳୀନ ଭିତିରେ ବିଦ୍ୟୁତ ଭିତ୍ତିଭୂମିର ଶତ ପ୍ରତିଶତ ପୁନରୁଦ୍ଧାର କରୁଛି ଟିପିଏସ୍ଓଡିଏଲ୍ । ଟିପିଏସ୍ଓଡିଏଲ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ସୁଦ୍ଧା ମୋଟ ୧୬ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କ ପାଖରେ ବିଦ୍ୟୁତ ସରବରାହ ପହଞ୍ଚିସାରିଛି ।

0 Comments