Tej Odisha News

ହେରିଟେଜ୍ ମେଡିକାଲ ସାଇନ୍ସର ଛାତ୍ର ସଂସଦ ଗଠିତ,ଆଦିତ୍ୟ ମୋଟୱାନୀ ସଭାପତି, ଛତ୍ରପୁରର ପ୍ରିନ୍ସିତା ଅରିଜିତା ପଟ୍ଟନାୟକ ଉପସଭାପତି।

 

ଛତ୍ରପୁର, ୨୩/୧୧: ବାରାଣସୀସ୍ଥିତ ହେରିଟେଜ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂତନ ଛାତ୍ର ସଂସଦ (ଷ୍ଟୁଡେଣ୍ଟ କାଉନସିଲ) ଗଠନ କରାଯାଇଛି। ଏହି ନୂତନ ଛାତ୍ର ସଂସଦର ସଭାପତି ଭାବେ ଆଦିତ୍ୟ ମୋଟୱାନୀ ଏବଂ ଉପସଭାପତି ଭାବେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଛତ୍ରପୁରର ପ୍ରିନ୍ସିତା ଅରିଜିତା ପଟ୍ଟନାୟକ ମନୋନୀତ ହୋଇଛନ୍ତି।

ଅନୁଷ୍ଠାନର ଅଧ୍ୟକ୍ଷ ମେଜର ଜେନେରାଲ (ଡଃ) ଏସ୍‌.କେ. ଝାଙ୍କ ଦସ୍ତଖତରେ ନଭେମ୍ବର ୨୩ ତାରିଖରେ ଜାରି ବିଜ୍ଞପ୍ତି ଅନୁଯାୟୀ, ଚୟନ କମିଟି ବିଭିନ୍ନ ପଦବୀ ପାଇଁ ଛାତ୍ରଛାତ୍ରୀଙ୍କୁ ମନୋନୀତ କରିଛି। ଧନଞ୍ଜୟ ଟେକାଲେ ଓ ଶ୍ରୀମାଇ ରୟଙ୍କୁ ସାଧାରଣ ସମ୍ପାଦକ, ଦିବ୍ୟାଂଶ ରାୟ ଓ ମିଲି ନିଧିଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ମିଳିଛି।

ସେହିପରି ପ୍ରତୀକ୍ଷା ରାୟ, ପ୍ରୀତି ଝା ଓ ପ୍ରିୟା ଶିବକୁମାର ପଟେଲଙ୍କୁ ଶିକ୍ଷା ସମ୍ପାଦକ, ହର୍ଷିତା ସିଂହ, ଦିବ୍ୟାଂଶ ତ୍ୟାଗୀ ଓ ପ୍ରଥମେଶ ଦୁବେଙ୍କୁ କ୍ରୀଡ଼ା ସମ୍ପାଦକ, ପଲକ ପ୍ରଜ୍ଞା, ଦେଶମୁଖ ଶ୍ରାବଣୀ ରାଜେଶ ଓ ରାୟାନ ଇରାନୀଙ୍କୁ ସାଂସ୍କୃତିକ ସମ୍ପାଦକ ଏବଂ ଶ୍ରୁତି ଚୌରାସିଆ, ରାହୁଲ କୁମାର ଓ ଐଶୀ ଗୁପ୍ତାଙ୍କୁ ଗଣମାଧ୍ୟମ ସମ୍ପାଦକ ଭାବେ ମନୋନୀତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଉପସଭାପତି ପ୍ରିନ୍ସିତା ଅରିଜିତା ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଛତ୍ରପୁରର କୋର୍ଟ ଷ୍ଟେସନ ସାହିର ବାସିନ୍ଦା। ସେ ସ୍ୱର୍ଗତ ଶରତ ପଟ୍ଟନାୟକଙ୍କ ନାତୁଣୀ ଏବଂ ପୁଳିନ ବିହାରୀ ପଟ୍ଟନାୟକଙ୍କ କନ୍ୟା ଅଟନ୍ତି। ଜାତୀୟସ୍ତରର ଏକ ମେଡିକାଲ ଶିକ୍ଷାନୁଷ୍ଠାନର ଛାତ୍ର ସଂସଦର ଗୁରୁତ୍ୱପୂର୍ଣ୍ଣ ପଦବୀରେ ଛତ୍ରପୁରର ଝିଅ ମନୋନୀତ ହେବା ଖବର ଅଞ୍ଚଳ ପାଇଁ ଗୌରବର ବିଷୟ ହୋଇଛି।

ଅନୁଷ୍ଠାନର ଅଧ୍ୟକ୍ଷ ମେଜର ଜେନେରାଲ (ଡଃ) ଏସ୍‌.କେ. ଝା ନବଗଠିତ ଛାତ୍ର ସଂସଦର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇବା ସହ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ତଥା ଅନୁଷ୍ଠାନର ଶୈକ୍ଷିକ, କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକଳାପକୁ ଅଧିକ ସକ୍ରିୟ କରିବାରେ ଏହି ପରିଷଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶାବ୍ୟକ୍ତ କରିଛନ୍ତି।

ଛତ୍ରପୁର ରୁ ପ୍ରଶାନ୍ତ କୁମାର ମହାରଣା, ତେଜ୍ ଓଡିଶା ।

Post a Comment

0 Comments