Tej Odisha News

ଓଡ଼ିଶାକୁ ୪ ଦିନିଆ ବର୍ଷା ଆଲର୍ଟ, ୧୪ରୁ ୧୭ ଯାଏଁ ସତର୍କ କଲା ପାଣିପାଗ ବିଭାଗ


ଭୁବନେଶ୍ୱର (୧୩/୧୦/୨୦୨୬) ରାଜ୍ୟରେ ୪ ଦିନ ପାଇଁ ବର୍ଷା ଆଲର୍ଟ। ଆସନ୍ତାକାଲିଠୁ ୧୭ ତାରିଖ ଯାଏଁ ୪ ଦିନ ପାଇଁ ବର୍ଷାର ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ନୟାଗଡ଼, ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିଭଳି ୧୫ ତାରିଖରେ ରାଜ୍ୟର ୮ଟି ଜିଲ୍ଲାକୁ ବର୍ଷା ଆଲର୍ଟ ଜାରି ହୋଇଛି।୧୬ରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ୬ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରିଥିବାରୁ ଏସୁବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିଭଳି ୧୭ ତାରିଖରେ ମଧ୍ୟ ୮ଟି ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏପଟେ ଓଡ଼ିଶାରେ ସକ୍ରିୟ ଥିବା ମୌସୁମୀ ବାୟୁ କିଛି ଜିଲ୍ଲାରୁ ଫେରିଯାଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ।...


Post a Comment

0 Comments