ରିଲ୍ସ ନିଶା ନେଲା ଜୀବନ ! ଟ୍ରେନ୍ ଲାଇନରେ ରିଲ୍ସ ବେଳେ ନାବାଳକ ମୃତ । ରେଳ ଧାରଣାରେ ରିଲ୍ସ କରିବା ବେଳେ ଟ୍ରେନ୍ ଧକ୍କାରେ ନାବାଳକଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ନାବାଳକ ଜଣକ ବାଉଁଶୁଣୀ ଥାନା ଅନ୍ତର୍ଗତ ତାଲୁପାଲି ଗାଁର ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ରେଳ ଧାରଣା ନିକଟରେ ରିଲ୍ସ ବନାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ପୂର୍ବରୁ ମଧ୍ୟ ନାବାଳକ ଜଣକ ଟ୍ରେନ୍ ତଳେ ଶୋଇ ରିଲ୍ସ ବନାଇ ଭାଇରାଲ ହୋଇଥିଲେ । ବିପଜ୍ଜନକ କାର୍ଯ୍ୟ ନେଇ ପୋଲିସ ପକ୍ଷରୁ ତାଙ୍କ ପରିବାରକୁ ଚେତାବନୀ ମଧ୍ୟ ଦିଆଯାଇଥିଲା। ତଥାପି ଚେତିନଥିଲେ ଅମାନିଆ ନାବାଳକ ।
ଘଟଣା ପରେ ବାଉଁଶୁଣୀ ପୋଲିସ ମୃତଦେହ ଉଦ୍ଧାରକରି ତଦନ୍ତ ଆରମ୍ଭ କରିଛି। ସୋସିଆଲ ମିଡିଆରେ କିଛି ସମୟର ଲାଇକ୍ ଓ ଭ୍ୟୁ ପାଇଁ ଜୀବନକୁ ବିପଦରେ ପକାଇବା କେତେ ଭୟଙ୍କର ହୋଇପାରେ, ଏହି ଘଟଣା ପୁଣିଥରେ ତାହା ଚେତାଇ ଦେଇଛି । ତେବେ ଦର୍ଶକବନ୍ଧୁ ଜୀବନ ହେଉଛି ମୂଲ୍ୟବାନ। ଏଣୁ ଭାଇରାଲ ହେବା ଚକରରେ ଏଭଳି ଭୟଙ୍କର ଷ୍ଟଣ୍ଟ କିମ୍ବା ରିଲ୍ସ କରି ଜୀବନକୁ ବିପଦରେ ପକାନ୍ତୁ ନାହିଁ।

0 Comments