Tej Odisha News

ଖଲ୍ଲିକୋଟରେ ମୁଖ୍ୟମନ୍ତ୍ରୀ ବସ୍‌ ସହ ବାଇକ୍‌ ଧକ୍କା, ସ୍ୱାମୀ-ସ୍ତ୍ରୀ ଆହତ

 



ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ମୁଖ୍ୟମନ୍ତ୍ରୀ ବସ୍‌ ସେବା ବସ୍‌ ସହ ବାଇକ୍‌ର ଧକ୍କା। ଏହି ଦୁର୍ଘଟଣାରେ ବାଇକ୍‌ରେ ଯାଉଥିବା ସ୍ୱାମୀ-ସ୍ତ୍ରୀ ଆହତ ହୋଇଛନ୍ତି। ଆହତ ଦମ୍ପତି ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭାକୁଡ଼ିଦିହ ଗ୍ରାମର ରାଜୀବ ପରିଡ଼ା ଓ ତାଙ୍କ ସ୍ତ୍ରୀ ନମିତା ପରିଡ଼ା। କୁଶଢିପା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଉଭୟ ଆହତଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରଖିଛି।

Post a Comment

0 Comments