ବେଗୁନିଆପଡ଼ା (୨୧/୧୦/୨୦୨୬) ବୁଧବାର ଜିଲ୍ଲାପାଳ ଶାଳିଆ ଡ୍ୟାମ୍ ପରିଦର୍ଶନ କରି ସେଠାରେ ୱାଚ୍ ଟାୱାର ଓ ପାର୍କ ନିର୍ମାଣ ନେଇ ସମ୍ଭାବ୍ୟ ସ୍ଥାନ ଅନୁଧ୍ୟାନ କରିଥିଲେ। ଏହାପରେ ଷଣ୍ଢମୂଳସ୍ଥିତ ଶ୍ରୀ ଶ୍ରୀ ତୁମ୍ବେଶ୍ୱର ମନ୍ଦିରରେ ଥିବା ପାର୍କର ଉନ୍ନତିକରଣ ଏବଂ ଭୁଶୁଡ଼ି ପଡ଼ିଥିବା ପାଚେରିର ପୁନରୁଦ୍ଧାର ଉପରେ ଆଲୋଚନା କରିଥିଲେ।
ସେହିପରି ସୁମଣ୍ଡଳ ପାର୍କର ଉନ୍ନତିକରଣ, ବିଭିନ୍ନ ପଞ୍ଚାୟତରେ ଲାଇବ୍ରେରୀ ସ୍ଥାପନ ଏବଂ ବେଗୁନିଆପଡ଼ା ବାପୁଜୀ ଷ୍ଟାଡିୟମ୍ ଓ ଜନତା ହାଇସ୍କୁଲର ଉନ୍ନତିକରଣ ନେଇ ଆଲୋଚନା କରିଥିଲେ।
ସନ୍ଧ୍ୟାରେ ବ୍ଲକର ଭିଡିଓ କନଫରେନ୍ସ ହଲ୍ରେ ବିଭିନ୍ନ ବ୍ଲକର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ ଜିଲ୍ଲାପାଳ। ଏହି ଗସ୍ତ ସମୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବିଡିଓ ସୁନୀଲ କୁମାର ସାମନ୍ତ, କୋଦଳା ତହସିଲଦାର ବିନ୍ଦୁ ବଳୟ ରାଉତରାୟଙ୍କ ସମେତ ଅନ୍ୟ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

0 Comments