ଭଞ୍ଜନଗର (୨୨/୧୦/୨୦୨୬) ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ରାଇବନ୍ଧ ଗାଁରେ ଭୟାବହ ଅଗ୍ନିକାଣ୍ଡ । ସଟ୍ ସର୍କିଟ୍ ଯୋଗୁଁ ଓମ୍ ବାସୁଦେବ ଲାଇଟ୍ ଆଣ୍ଡ ସାଉଣ୍ଡରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ଟେଣ୍ଟ ହାଉସର କପଡ଼ା, ଲାଇଟ୍ ଗେଟ୍ ସହ ବହୁ ବୈଦ୍ୟୁତିକ ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଛି । କ୍ଷୟକ୍ଷତିର ପରିମାଣ ପ୍ରାୟ ୨୫ରୁ ୩୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି ।
ଖବର ପାଇ ଗାଁ ଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ ସୋରଡ଼ା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲା । ତେବେ ସେତେବେଳକୁ ଟେଣ୍ଟ ହାଉସର ବହୁ ମୂଲ୍ୟବାନ ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିଲା ।
ଟେଣ୍ଟ ହାଉସ ମାଲିକଙ୍କ କହିବା ଅନୁସାରେ, ବ୍ୟବସାୟ ବଢ଼ାଇବା ପାଇଁ ସେ ବ୍ୟାଙ୍କ ଋଣ ସହ ଧାରକରଜ କରିଥିଲେ । ଏବେ ଅଗ୍ନିକାଣ୍ଡ ଯୋଗୁଁ ସମସ୍ତ ସାମଗ୍ରୀ ନଷ୍ଟ ହୋଇଯିବାରୁ ତାଙ୍କ ଉପରେ ଆର୍ଥିକ ଚାପ ବଢ଼ିଛି ।

0 Comments