Tej Odisha News

ବେଗୁନିଆପଡ଼ା ଠାରେ ଓଡିଶା ବନ୍ଦ ପାଳନ

  


କୋଦଳା (୦୮/୧୦/୨୦୨୬) 

କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ପକ୍ଷରୁ ଆଜି ୧୨ଘଣ୍ଟିଆ ଓଡିଶା ବନ୍ଦ ପାଳନ କାର୍ଯ୍ୟକ୍ରମ ସାରା ରାଜ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଠାରେ କଂଗ୍ରେସ, ସିପିଆଇ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ବେଗୁନିଆପଡ଼ା ବ୍ଲକ କାର୍ଯ୍ଯାଳୟ, ଗୋଷ୍ଠୀ ଶିକ୍ଷା ଅଧିକାରୀକଂ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ଦପ୍ତରକୁ ଯାଇ ପିକେଟିଂ କରି ବନ୍ଦ କରିଥିଲେ କର୍ମକର୍ତ୍ତା। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ଏମଏମଡିଆର ବିଲ୍ ପ୍ରତ୍ୟାହାର ଓ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବେଗୁନିଆପଡ଼ା ଠାରେ ନାରାବାଜି କରି ଯାନବାହାନ ଚଳାଚଳ ବନ୍ଦ କରିଥିଲେ କର୍ମକର୍ତ୍ତା। ଫଳରେ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଗାଡି ମୋଟାର୍‍ ଦୋକାନ ବଜାର, ପେଟ୍ରୋଲ ପମ୍ପ ବନ୍ଦ ରହିଥିଲା। ଅନ୍ୟପଟେ ବନ୍ଦ ପାଳନରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଥିବା ବେଳେ । ହସ୍ପିଟାଲ, ଆମ୍ବୁଲାନ୍ସ, ଦମକଳ ସେବା, ମେଡିସିନ୍ ଦୋକାନ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଓ ଜରୁରୀ ସେବା ଜାରି ରହିଥିଲା। 


Post a Comment

0 Comments