ରାତିରେ ଘରେ ପଶି ଚୋରି, ଅଭ୍ୟାସଗତ ଅପରାଧୀ ଗିରଫ
ବ୍ରହ୍ମପୁର (୦୧/୧୦/୨୦୨୬)
ବ୍ରହ୍ମପୁର ବଡବଜାର ଥାନା ପୋଲିସ ଏକ ରାତ୍ରିକାଳୀନ ଘର ଚୋରି ମାମଲାରେ ଜଣେ ଅଭ୍ୟାସଗତ ଅପରାଧୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଧର୍ମନଗରର ୨୧ ବର୍ଷୀୟ ଶିବାନନ୍ଦ ପାଣିଗ୍ରାହୀ।
ଶାନ୍ତିନଗର ୫ମ ଲେନ୍ର ଏକ ଘରୁ ଗତ ଜାନୁଆରୀ ୨୩ ତାରିଖ ରାତିରେ ଭିଭୋ ମୋବାଇଲ ଚୋରି ହୋଇଥିଲା। ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ତଦନ୍ତରୁ ଦୁଇଜଣଙ୍କ ସମ୍ପୃକ୍ତି ଜଣାପଡ଼ିଥିଲା। ଏହାରି ମଧ୍ୟରେ ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ପୂର୍ବରୁ ଧରାଯାଇଥିଲା।
ଏବେ ଶିବାନନ୍ଦଙ୍କ ଠାରୁ ଚୋରି ହୋଇଥିବା ଭିଭୋ ମୋବାଇଲ ଜବତ କରିଛି ପୋଲିସ। ପରେ ତାଙ୍କୁ ଗିରଫ କରି ଅଦାଲତ ଚାଲାଣ କରାଯାଇଛି।
0 Comments