Tej Odisha News

ବଙ୍ଗୋପସାଗରରେ ହେବ ଅତି ଭୀଷଣ ବାତ୍ୟା ! ୧୯ ସୁଦ୍ଧା ହେବ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ!

 


ଭୂବନେଶ୍ବର (୧୫/୧୧/୨୦୨୬) ଶକ୍ତିଶାଳୀ ହେଉଛି ଡିପ୍ରେସନ୍। ସମୁଦ୍ରରୁ ବଳ ଗୋଟାଇ ମାଡ଼ି ଆସୁଛି। କାଲି ହେବ ବାତ୍ୟା 'ଅକ୍ବନ', ୧୭ରେ ଭୀଷଣ ହେବ। ୧୯ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଅତି ଭୀଷଣ ବାତ୍ୟା। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ୧୯ରେ ଅତି ଭୀଷଣ ବାତ୍ୟା ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦-୧୩୦ କିମି ରହିପାରେ।

ଝଟକା ପବନକ ବେଗ ୧୪୫ କିଲୋମିଟର ଛୁଇଁବା ନେଇ ଆକଳନ କରିଛି ଆଇଏମଡି। ସମ୍ଭାବ୍ୟ ବାତ୍ୟା ପୁଣି ଆନ୍ଧ୍ର ଉପକୂଳ ମୁହାଁଇପାରେ। ଅର୍ଥାତ ଅର୍ଣ୍ଣବ, ମୁରାସୁ ପରେ ଅକ୍ବନ ବି ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବ। ତେବେ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେନେଇ କୌଣସି ପୂର୍ବାନୁମାନ କରିନି ପାଣିପାଗ ବିଭାଗ। ଏବେ ବଙ୍ଗୋପସାଗରରେ ଡିପ୍ରେସନ୍ ଗତ ୬ ଘଣ୍ଟାରେ ୧୫ କିମି ବେଗରେ ଆଗକୁ ବଢୁଛି।

ଏବେ ଗୋପାଳପୁରଠାରୁ ଏବେ ୧୧ ଶହ ୭୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି। ବିଶାଖାପାଟନମଠାରୁ ୯୬୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ ରହିଛି ଅବପାତ। ବାତ୍ୟା ପ୍ରଭାବରେ ଆନ୍ଧ୍ର ପ୍ରଦେଶ ସହ ଓଡ଼ିଶାରେ ୧୮ ତାରିଖରୁ ପଡ଼ିପାରେ ପ୍ରଭାବ। ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଆନ୍ଧ୍ର ଏବଂ ଓଡ଼ିଶାକୁ ସତର୍କ ସୂଚନା ବି ଜାରି କରିଛି ପାଣିପାଗ ବିଭାଗ।

ବ୍ୟୁରୋ ରିପୋର୍ଟ, ତେଜ୍ ଓଡିଶା 


Post a Comment

0 Comments