Tej Odisha News

ଫେବ୍ରୁଆରୀ ୧୬ରୁ ଯୁକ୍ତ ୨ ପରୀକ୍ଷା, ମାର୍ଚ୍ଚ ୧୮ରେ ସରିବ; ପ୍ରକାଶ ପାଇଲା ପରୀକ୍ଷା ସୂଚୀ।

 



ଭୁବନେଶ୍ୱର (୧୯/୧୧/୨୦୨୬) ଯୁକ୍ତ ୨ ପରୀକ୍ଷାକୁ ନେଇ ବଡ଼ ଖବର। ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ସୂଚୀ। ଆସନ୍ତା ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ମାର୍ଚ୍ଚ ୧୮ ତାରିଖରେ ଶେଷ ହେବ ପରୀକ୍ଷା। ଏନେଇ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ସୂଚୀ ଜାରି କରାଯାଇଛି।

ପରୀକ୍ଷାକୁ ନେଇ ଏବେଠାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ନିଜର ପାଠପଢ଼ାକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବାକୁ ଲାଗିପଡ଼ିବେ ପରୀକ୍ଷାର୍ଥୀ। ଚଳିତ ଥର ଯୁକ୍ତ ୨ ପରୀକ୍ଷା ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ। ପ୍ରତିଦିନ ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ।

କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ଶିକ୍ଷାର ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ଏହି ସୂଚୀ ଗୁରୁତ୍ୱପୂର୍ଣ୍ଣ। କେଉଁ ଦିନ କେଉଁ ବିଷୟର ପରୀକ୍ଷା ରହିଛି, ତାହା ଜାଣିବା ପରେ ଛାତ୍ରଛାତ୍ରୀ ନିଜର ପାଠପଢ଼ା ଓ ପୁନରାବୃତ୍ତି ପାଇଁ ଯୋଜନା ପ୍ରସ୍ତୁତ କରିପାରିବେ।

ବ୍ୟୁରୋ ରିପୋର୍ଟ, ତେଜ୍ ଓଡିଶା ।


Post a Comment

0 Comments