ଛତ୍ରପୁର, ୧୯/୧୧ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ସୁବିଧା ଓ ସୁରକ୍ଷା ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ସଚ୍ଚିଦାନନ୍ଦ ନାୟକ ଶେରଗଡ଼ ବିଡିଓ ଓ ତହସିଲଦାରଙ୍କ ସହ କରଡ଼ାକଣା ପଞ୍ଚାୟତ ଅନ୍ତର୍ଗତ ବାଡୁଆ ପ୍ରାଥମିକ ବିଦ୍ୟାଳୟରେ ଥିବା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ।
ଏହି ଅବସରରେ ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ସହ ସେ ସିଧାସଳଖ ଆଲୋଚନା କରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା, ଖାଦ୍ୟପେୟ ଓ ଅନ୍ୟାନ୍ୟ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ। ଆଶ୍ରୟ ନେଇଥିବା ଲୋକଙ୍କୁ ଯେପରି କୌଣସି ଅସୁବିଧା ନହୁଏ ଏବଂ ଆବଶ୍ୟକ ସମସ୍ତ ସୁବିଧା ଠିକ୍ ସମୟରେ ମିଳେ, ସେଥିପ୍ରତି ପ୍ରଶାସନ ସଜାଗ ରହିଥିବା ଜଣାପଡ଼ିଛି।
ଛତ୍ରପୁର ରୁ ପ୍ରଶାନ୍ତ କୁମାର ମହାରଣା, ତେଜ୍ ଓଡିଶା ।

0 Comments