ଛତ୍ରପୁର, ୯/୧୧: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ଗଞ୍ଜାମ ଜିଲ୍ଲାର ବିପନ୍ନ ପରିବାରଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ। ସେ ନିଜର ଏକ ମାସର ଦରମା ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଜରିଆରେ ଜିଲ୍ଲା ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି।
ବିପଦ ଓ ଦୁର୍ଦ୍ଦିନ ସମୟରେ ବନ୍ୟା ବିପନ୍ନଙ୍କ ପାଖରେ ଛିଡ଼ା ହେବା ସହ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ବିଧାୟକ ଏହି ମହତ୍ ପଦକ୍ଷେପ ନେଇଛନ୍ତି। ତାଙ୍କର ଏହି ସହଯୋଗ ବିପନ୍ନଙ୍କ ଦୁଃଖ ସମୟରେ ସହାୟକ ହେବା ସହ ଜନପ୍ରତିନିଧିଙ୍କ ସାମାଜିକ ଦାୟିତ୍ୱବୋଧର ଏକ ଉଦାହରଣ ସୃଷ୍ଟି କରିଛି।
ଛତ୍ରପୁରରୁ ପ୍ରଶାନ୍ତ କୁମାର ମହାରଣା, ତେଜ୍ ଓଡିଶା

0 Comments