ରାୟଗଡା (୦୬/୧୧/୨୦୨୬) ବଢିଲା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ଅଡୁଆ । ଟ୍ରକ୍ ୟୁନିୟନ୍ ଆର୍ଥିକ ହେରଫେର ମାମଲାରେ EOWର ରେଡ୍। ରାୟଗଡ଼ା ଟାଉନସ୍ଥିତ ବାସଭବନରେ ଚଢ଼ାଉ କରିଛି EOW ଟିମ୍
କିଛି ସମୟ ଘର ବାହାରେ ଅପେକ୍ଷା କରିବା ପରେ ଘର ଭିତରକୁ ପ୍ରବେଶ କରି ତଦନ୍ତ ଆରମ୍ଭ କରିଛି ଟିମ୍। ତେବେ ଚଢ଼ାଉ ସମୟରେ ଘରେ ଉପସ୍ଥିତ ନଥିଲେ ଏନ୍. ଭାସ୍କର ରାଓ। ସେପଟେ ଏହି ଘଟଣାରେ ଭାସ୍କର ରାଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ପୂର୍ବତନ ସାଂସଦ ଏନ.ଭାସ୍କର ରାଓଙ୍କ ଘରେ କ୍ରାଇମବ୍ରାଞ୍ଚ ଚଢାଉ । ରାୟଗଡା ସହର ରାଣିଗୁଡା ସ୍ଥିତ ବାସଭାବନରେ କ୍ରାଇମବ୍ରାଞ୍ଚ ପକ୍ଷରୁ ରେଡ କରାଯାଇଛି । ଟ୍ରକ ମାଲିକ ସଂଘର ୮୦ କୋଟି ଟଙ୍କା ଆତ୍ମସାତ ଅଭିଯୋଗରେ ଏହି ଚଢାଉ ହୋଇଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ୨୧ ଜଣିଆ ଟିମ ଛପା ମାରିଛନ୍ତି । ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୫ ଜଣ ଲେଖାଏଁ ଡିଏସପି, ଇନ୍ସପେକ୍ଟର ଏହି ଚଢାଉ ରେ ସାମିଲ ଅଛନ୍ତି । ଇଓଡବ୍ଲ୍ୟୁର ଏତ ଟିମ ତଦନ୍ତ ପାଇଁ ଗତକାଲି ରାୟଗଡା ଆସିଥିଲେ । ଏହି ଟିମ ୨ ଦିନ ହେଲା ରାୟଗଡାରେ ରହି ଆର୍ଥିକ ଅନିୟମିତତା ଅଭିଯୋଗର ଛାନଭିନ କରିବା ପରେ ଆଜି ଚଢାଉ କରିଛନ୍ତି । ସୂଚନାଯୋଗ୍ୟ ଯେ, ଟ୍ରକ ମାଲିକ ସଂଘର ସଭାପତି ୱାଇ ଭେଙ୍କେଟେଶ୍ୱର ରାଓ ୮୦ କୋଟି ଟଙ୍କା ହଡପ ଅଭିଯୋଗ ଆଣିଥିଲେ । ପୂର୍ବତନ ସାଂସଦ ଭାସ୍କର ରାଓ ଓ ଅନ୍ୟମାନଙ୍କ ବିରୋଧରେ ଟ୍ରକ ମାଲିକ ସଂଘର ସ୍ୱର୍ଗତ ଭେଙ୍କେଟେଶ୍ୱର ରାଓ ରାୟଗଡା ପୁଲିସରେ ଏହି ଅଭିଯୋଗ କରିଥିଲେ । ରାୟଗଡା ପୁଲିସ ଏହି ମାମଲାକୁ କ୍ରାଇମବ୍ରାଞ୍ଚ କୁ ହସ୍ତାନ୍ତର କରିଥିଲେ । ଏହାପରେ କ୍ରାଇମବ୍ରାଞ୍ଚର ୨୧ ଜଣିଆ ଟିମ ରାୟଗଡା ଆସି ତଦନ୍ତ କରୁଥିବା ଜଣାପଡିଛି । ତେବେ ଭାସ୍କର ରାଓ ବର୍ତ୍ତମାନ ରାୟଗଡାରେ ଅନୁପସ୍ଥିତ ଥିବା ଜଣାପଡିଛି । ଇଓଡବ୍ଲ୍ୟୁ ଟିମ ଶ୍ରୀ ରାଓଙ୍କ ବାସଭବନରେ ରହି କିଛି ସହାୟକଙ୍କୁ ପଚରା ଉଚରା କରୁଛନ୍ତି । ଅଧିକ ତଥ୍ୟ ଦେବାକୁ ଅଧିକାରୀମାନେ ମନା କରିଛନ୍ତି ।

0 Comments