ଗଞ୍ଜାମ (୦୬/୧୧/୨୦୨୬) ଗଞ୍ଜାମ ଜିଲ୍ଲା ଗିଡିପାବାଲି ଭୂସ୍ଖଳନ ସ୍ଥଳରେ ଉଦ୍ଧାରକାର୍ଯ୍ୟରେ ମିଳିଲା ସଫଳତା। ଦୀର୍ଘ ସମୟ ଧରି ଚାଲିଥିବା ଉଦ୍ଧାରକାର୍ଯ୍ୟ ପରେ ମାଟି ତଳୁ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ। ପରିବାରବର୍ଗଙ୍କ ସହମତି କ୍ରମେ ଭୂସ୍ଖଳନ ସ୍ଥଳରେ ହିଁ ସେମାନଙ୍କର ଅନ୍ତିମ ସଂସ୍କାର କରାଯାଇଛି।
ଉଦ୍ଧାର ହୋଇଥିବା ମୃତକମାନେ ହେଲେ ପରିବାରର ମୁଖ୍ୟ ବିଜୟ ପ୍ରଧାନ, ତାଙ୍କ ପତ୍ନୀ ଭୂମିକା ପ୍ରଧାନ, ପୁଅ ଅରୁଣ ପ୍ରଧାନ ଏବଂ ଦୁଇ ଝିଅ ବିଜୟଲକ୍ଷ୍ମୀ ଓ ରାଜଲକ୍ଷ୍ମୀ। ଏହା ପୂର୍ବରୁ ଭୂସ୍ଖଳନ ସ୍ଥଳରୁ ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ବର୍ତ୍ତମାନ ସୁଦ୍ଧା ମୋଟ ୭ ଜଣଙ୍କ ମୃତଦେହ ମାଟି ତଳୁ ମିଳିସାରିଛି।
ଏବେ ବି ଆଉ ୬ ଜଣ ମାଟି ତଳେ ଦବି ରହିଥିବା ଆଶଙ୍କା କରାଯାଉଛି। ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀର ମିଳିତ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲେ। ଲଗାତାର ୭ ଦିନର ଅଭିଯାନରେ ୭ ଜଣଙ୍କ ମୃତଦେହ ଉଦ୍ଧାର ପରେ ଉଦ୍ଧାରକାରୀ ଦଳଙ୍କ ମନୋବଳ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଅବଶିଷ୍ଟ ନିଖୋଜଙ୍କୁ ଖୋଜିବା ପାଇଁ ଅଭିଯାନ ଜାରି ରହିଛି।

0 Comments