Tej Odisha News

ବାତ୍ୟା ପରେ ଆକ୍ସନ୍ ମୋଡ୍‌ରେ ସରକାର! ୧୭ ଜିଲ୍ଲାରେ କ୍ଷୟକ୍ଷତି ଆକଳନ ଆରମ୍ଭ, ଗଞ୍ଜାମ-ଗଜପତି ଅଧିକ ପ୍ରଭାବିତ


ଭୁବନେଶ୍ୱର (୨୮/୧୦/୨୦୨୬) ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପରେ ଏବେ ଆକ୍ସନ୍ ମୋଡ୍‌ରେ ରାଜ୍ୟ ସରକାର। ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ ଆରମ୍ଭ ହେବ। ରାଜ୍ୟର ୧୭ଟି ଜିଲ୍ଲା ବାତ୍ୟା ପ୍ରଭାବିତ ହୋଇଥିବା ବେଳେ ଗଜପତି, ଗଞ୍ଜାମ ଓ କନ୍ଧମାଳ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ସ୍ଥିତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ବାତ୍ୟା ମୁକାବିଲା ପାଇଁ ୩୧୩ଟି ରେସପନ୍ସ ଟିମ୍ ମୁତୟନ ହୋଇଥିବା ବେଳେ ୬୩୪ଟି ରିଲିଫ୍ କ୍ୟାମ୍ପରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ୨,୨୪୫ ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ବେଳେ ୯୩୧ ଜଣ ଶିଶୁ ଜନ୍ମ ନେଇଛନ୍ତି। ଏଥିସହ ୧୯ ହଜାରରୁ ଅଧିକ ମାଛଧରା ଡଙ୍ଗା ସୁରକ୍ଷିତ କୂଳକୁ ଫେରିଛି।

Post a Comment

0 Comments