Tej Odisha News

ହିଞ୍ଜିଳି ବସଷ୍ଟାଣ୍ଡରେ ଗଣ୍ଡଗୋଳ, ୨ ଆହତ


ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବସ୍‌ଷ୍ଟାଣ୍ଡ ନିକଟରେ ଦୁଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। କୌଣସି କାରଣକୁ ନେଇ ଦୁଇ ଯୁବକଙ୍କ ମଧ୍ୟରେ ବଚସା ପରେ ଗଣ୍ଡଗୋଳ ହୋଇଥିଲା। ଏଥିରେ କାଚରେ ଆଘାତ ଲାଗି ଉଭୟ ଯୁବକ ସାମାନ୍ୟ ଆହତ ହୋଇଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ହିଞ୍ଜିଳିକାଟୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲକୁ ପଠାଇଥିଲା। ଚିକିତ୍ସା ପରେ ଉଭୟଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

ତେବେ କେଉଁ କାରଣରୁ ଦୁଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାର ପ୍ରକୃତ କାରଣ ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ।

ରିପୋର୍ଟ :ତେଜ୍ ଓଡିଶା 

Post a Comment

0 Comments