Tej Odisha News

ବାତ୍ୟାରେ ମାନବିକତାର ନିଆରା ଉଦାହରଣ, ଦୁର୍ଗମ ଅଞ୍ଚଳରେ ଘରେ ଘରେ ଖାଦ୍ୟ ପହଞ୍ଚାଇଲେ ସରପଞ୍ଚ।



କୋଦଳା (୨୦/୧୧/୨୦୨୬) ବିପଦ ବେଳେ ପଦବୀ ନୁହେଁ, ମାନବିକତା ହିଁ ସବୁଠାରୁ ବଡ଼ ପରିଚୟ। ବାତ୍ୟା ସମୟରେ ଏଭଳି ଏକ ନିଆରା ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ କାଳିମେଘୀ ପଞ୍ଚାୟତର ସରପଞ୍ଚ ଅର୍ଚ୍ଚନା କୁମାରୀ ତ୍ରିପାଠୀ। ବାତ୍ୟା ପ୍ରଭାବରେ ଲୋକେ ଆଶ୍ରୟସ୍ଥଳୀରେ ରହୁଥିବା ସମୟରେ ସେମାନଙ୍କ ଖାଦ୍ୟପେୟର ଦାୟିତ୍ୱ ନେବା ସହ ଦୁର୍ଗମ ଅଞ୍ଚଳର ଲୋକଙ୍କ ନିକଟରେ ମଧ୍ୟ ପହଞ୍ଚାଇଛନ୍ତି ରନ୍ଧା ଖାଦ୍ୟ ଓ ଖାଦ୍ୟ ସାମଗ୍ରୀ।

ବିଶେଷକରି ଜାପଟା କଲୋନୀ, ଖଲାଡ଼ି, ଧୋବାଝୋଳା, ବାଇଦିପଡ଼ା, ବାଳାସିଂ, ଜୋକୋଲଣ୍ଡି, ବରୋବରା, ତେଲିମାଳା ଓ ବାଙ୍କିମାଳ ଭଳି ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଘରେ ଘରେ ଖାଦ୍ୟ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ ସରପଞ୍ଚ। ଏହାସହ ଆଶ୍ରୟସ୍ଥଳୀରେ ରହୁଥିବା ବାତ୍ୟା ବିପନ୍ନଙ୍କୁ ମଧ୍ୟ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା।ପାଖାପାଖି ଏକ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ପହଞ୍ଚାଇ ପ୍ରଶଂସା ସାଉଁଟିଛନ୍ତି ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀ ।

ଏହି ମହତ୍ କାର୍ଯ୍ୟରେ ସରପଞ୍ଚଙ୍କ ସହ ପଞ୍ଚାୟତର ପିଇଓ ସନ୍ତୋଷ କୁମାର ଭୋଇ, ଏଡିଓ କୃଷ୍ଣଚନ୍ଦ୍ର ବାରିକଙ୍କ ସମେତ କଲୁ ସାହୁ, ଯଟେଶ୍ୱର ଦାସ, ରାଙ୍କନିଧି ଦାସ ଓ ଆଶୁତୋଷ ପଣ୍ଡା ସହଯୋଗ କରିଥିଲେ।

ବିପଦ ସମୟରେ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୁଃଖ ବୁଝିବା ସହ ଖାଦ୍ୟ ଯୋଗାଇବାର ଏହି ପ୍ରୟାସ ଏବେ ପ୍ରଶଂସା ସାଉଁଟୁଛି। ସରପଞ୍ଚଙ୍କ ଏଭଳି ଜନସେବା ଓ ମାନବିକତାର କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ ଏକ ପ୍ରେରଣା।

ବ୍ୟୁରୋ ରିପୋର୍ଟ, ତେଜ୍ ଓଡିଶା ।


Post a Comment

0 Comments