କୋଦଳା (୧୮/୧୧/୨୦୨୬) ଉଦ୍ୟାନ କୃଷିର ବିକାଶ ଏବଂ ଚାଷୀଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଛି। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ବେରୁଆଁବାଡି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉଦ୍ୟାନ କୃଷି ନିର୍ଦ୍ଦେଶଳୟ ତରଫରୁ ଅନୁଷ୍ଠିତ ଏହି କର୍ମଶାଳାରେ ଚାଷୀମାନଙ୍କୁ ଆଧୁନିକ ଚାଷ ପ୍ରଣାଳୀ, ଉନ୍ନତମାନର ବିହନ, ଚାରା ରୋପଣ, ଜୈବିକ ସାରର ବ୍ୟବହାର ଏବଂ ରୋଗପୋକ ନିୟନ୍ତ୍ରଣ ସମ୍ପର୍କରେ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ। ଏଥିସହ ଉଦ୍ୟାନ କୃଷି କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ଯୋଜନା ଓ ଚାଷୀଙ୍କ ପାଇଁ ଉପଲବ୍ଧ ସୁବିଧା ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା। ଆଧୁନିକ ଜ୍ଞାନକୌଶଳର ଉପଯୋଗ କରି କମ୍ ଖର୍ଚ୍ଚରେ ଅଧିକ ଉତ୍ପାଦନ ସହ ଚାଷୀଙ୍କ ଆୟ ବୃଦ୍ଧି କରିବା ଉପରେ କର୍ମଶାଳାରେ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ, ଛତ୍ରପୁର, ଗଞ୍ଜାମ ଶ୍ରୀ ସୁବାଷ ଚନ୍ଦ୍ର ପଣ୍ଡା, ସହକାରୀ ଉଦ୍ୟାନ କୃଷି ଅଧିକାରୀ, ଖଲ୍ଲିକୋଟ ଶ୍ରୀ ପ୍ରଶାନ୍ତ କୁମାର ବେହେରା, ବ୍ଲକ ପ୍ରାଣୀ ସମ୍ପଦ ଅଧିକାରୀ, ଶ୍ରୀ ଭାବାନୀ ଶଙ୍କର ତ୍ରିପାଠି, ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ଉପସ୍ଥିତ ରହି ବିଭିନ୍ନ ବିଭାଗୀୟ ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶ୍ରୀ ଶୁଭାଶୀଷ ପାତ୍ର ପରିଚାଳନା କରିଥିଲେ। ଉଦ୍ୟାନ କୃଷି କ୍ଷେତ୍ର ପରିଦର୍ଶକ ଶ୍ରୀ ମାଧବ ବେହେରା, ଏ ଟି ମ ଶ୍ରୀ ଅଭିମନ୍ୟୁ ଡାକୁଆ, ଉଦ୍ୟାନ ସାଥୀ ଶ୍ରୀ ପବିତ୍ର ମୋହନ ପରିଡା ସହଯୋଗ କରିଥିଲେ।ଏଥିରେ ବହୁ ସଂଖ୍ୟାରେ ଚାଷୀ ଯୋଗଦେଇଥିଲେ।
ବ୍ୟୁରୋ ରିପୋର୍ଟ, ତେଜ୍ ଓଡିଶା ।

0 Comments