Tej Odisha News

ଗୋପାଳପୁରରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା 'ଅକୱାନ୍'! ଘଣ୍ଟା ପ୍ରତି ୧୨କିମି ବେଗରେ ଆଗକୁ ବଢୁଛି

 

ବ୍ରହ୍ମପୁର (୧୯/୧୧/୨୦୨୬) ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା। ଗୋପାଳପୁର ପୂର୍ବରେ ଅତି ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଘଣ୍ଟା ପ୍ରତି ୧୨କିମି ବେଗରେ ଆଗକୁ ବଢୁଛି ବାତ୍ୟା ଅକୱାନ। ଏବେ ଗୋପାଳପୁରଠାରୁ ୫୩୦ କିମି, ପୁରୀ ଠାରୁ ୫୯୦କିମି ଦୂରରେ ରହିଛି ବାତ୍ୟା। କଳିଙ୍ଗପାଟନମ ଠାରୁ ୪୪୦କିମି ଦୂରରେ କେନ୍ଦ୍ରୀଭୂତ ହେଉଛି ବାତ୍ୟା।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ରହିଥିବ ଅତି ଭୀଷଣ ବାତ୍ୟା କ୍ରମଶଃ ଉତ୍ତର ଦିଗକୁ ଗତି କରୁଛି। ୨୦ ତାରିଖ ମଧ୍ୟାହ୍ଣରେ ନରସାପୁର ଓ ପୁରୀ ମଧ୍ୟରେ ଗୋପାଳପୁରର ପୂର୍ବରେ ଅତି ନିକଟରୁ ସ୍ଥଳଭାଗ ଛୁଇଁବ। ଲ୍ୟାଣ୍ଡଫଲ ବେଳେ ପବନ ବେଗ ୯୦-୧୦୦ କିଲୋମିଟର ରହିପାରେ ଏବଂ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

ବ୍ୟୁରୋ ରିପୋର୍ଟ, ତେଜ୍ ଓଡିଶା ।

Post a Comment

0 Comments